ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ

ଆମ୍ବ ପ୍ରାୟତଃ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଗରମ ଦିନରେ ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମ୍ବ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଆମ୍ବରେ ଆଣ୍ଟି ଅକ୍ସିଡ଼େଣ୍ଟ, ପ୍ରୋଟିନ୍‌, ଭିଟାମିନ୍‌ ଏ, ବି, ସି ପ୍ରଚୁର ପରିମାଣରେ ଥାଏ। ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ। କିନ୍ତୁ ଆମ୍ବ ଖାଇବା ସହିତ କେତୋଟି ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍‌ ନ ହେଲେ ଏହା ଶରୀରକୁ ହାନି ପହଁଞ୍ଚାଇଥାଏ। ଆମ୍ବ ଖାଇବା ପରେ କେତୋଟି ଜିନିଷକୁ ବାରଣ କରାଯାଇଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ।
କଲରା: ଆମ୍ବ ଖାଇବାର ୩ରୁ ୪ ଘଣ୍ଟା ମଧ୍ୟରେ କଲରା ଖାଆନ୍ତୁ ନାହିଁ। ଆମ୍ବ ମିଠା ଓ କଲରା ପିତା ହୋଇଥିବାରୁ ଦୁଇଟି ଜିନିଷର ମିଶ୍ରଣରୁ ରିଆକ୍ସନ ହୋଇପାରେ। ଆମ୍ବ ଖାଇବା ପରେ କଲରା ଖାଇବା ଦ୍ୱାରା ଏକ ପ୍ରକାର ବିଷାକ୍ତ ପଦାର୍ଥ ଶରୀରରେ ବ୍ୟାପିଯାଏ। ଏହି ବିଷାକ୍ତ ପଦାର୍ଥ ଯୋଗୁ ବାନ୍ତି ହୋଇଥାଏ।
କଞ୍ଚା ଲଙ୍କା : ଯଦି ଆପଣ ଆମ୍ବ ଖାଇବାର ଅଳ୍ପ ସମୟ ମଧ୍ୟରେ ଲଙ୍କା ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ହାନିକାରକ ହେବ। ଏହା ଦ୍ୱାରା ପେଟର ଜ୍ୱଳନ ଓ ଆହାର ଅନେକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି।
ଦହି : ଆମ୍ବ ଖାଇବାର ୨ରୁ ୩ ଘଣ୍ଟା ମଧ୍ୟରେ ଦହି କିମ୍ବା ଦହିରେ ତିଆରି କୌଣସି ଜିନିଷ ଖାଆନ୍ତୁ ନାହିଁ। ଏହା ଦ୍ୱାରା ରିଆକ୍ସନ ହୋଇଥାଏ।