Categories: ଫୁରସତ

ଆମ୍ବ ପେଡ଼ା

ଆବଶ୍ୟକ ସାମଗ୍ରୀ-
ଆମ୍ବରସ- ୩ ରୁ ୪ କପ, ମିଲ୍କ ପାଉଡର- ୩ରୁ ୪ କପ୍‌, କ୍ଷୀର – ୩ରୁ ୪ କପ୍‌, କାଜୁ ବାଦାମ- ୧୨ଟି, ଘିଅ- ୩ ଚାମଚ, ଚିନି- ଅଧା କପ୍‌ରୁ କମ୍‌, ଗୁଜୁରାତି ଗୁଣ୍ଡ- ଅଳ୍ପ, କେଶର- ଅଳ୍ପ, ସଜାଇବା ପାଇଁ- ପିସ୍ତା।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କ୍ଷୀରରେ ବାଦାମକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ କଡ଼େଇ ଚୁଲିରେ ବସାଇ ସେଥିରେ ଘିଅ ଗରମ କରନ୍ତୁ। ଏବେ ସେଥିରେ କ୍ଷୀର, ଚିନି ଓ ମିଲ୍କ ପାଉଡର ପକାନ୍ତୁ। ଏହି ମିଶ୍ରଣକୁ ବାରମ୍ବାର ଗୋଳାଇ ବହଳିଆ କରନ୍ତୁ। ବହଳିଆ ହୋଇଗଲା ପରେ ଏହାକୁ ତଳକୁ ଓହ୍ଳାଇ ଅନ୍ୟ ଏକ କଡ଼େଇ ବସାନ୍ତୁ। କଡ଼େଇରେ ପୁଣି ଥରେ ଘିଅ ଗରମ କରି ସେଥିରେ ଆମ୍ବରସ, ଗୁଜୁରାତି ଗୁଣ୍ଡ ଓ କେଶର ପକାଇ ଗୋଳାନ୍ତୁ। ଏବେ ଏଥିରେ ଆଗରୁ ରଖିଥିବା କ୍ଷୀର ଓ ମିଲ୍କ ପାଉଡରର ମିଶ୍ରଣକୁ ମିଶାନ୍ତୁ। ଲଗାତର ଏହାକୁ ଗୋଳାନ୍ତୁ ଏବଂ ମିଶ୍ରଣ ଅଧିକ ଗାଢ଼ ହୋଇଗଲେ ତାକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଥଣ୍ଡା ହୋଇଯିବା ପରେ ପେଡା ଭଳି ହାତରେ ତିଆରି କରି ଦିଅନ୍ତୁ ଏବଂ ପିସ୍ତା ପକାଇ ସଜାଇ ପରଷି ଦିଅନ୍ତୁ।

Share