Categories: ବାଣିଜ୍ୟ

ଆମ୍ରି ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଡଟ୍‌ କମ୍‌ ପରିସରରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। କ୍ୟାମ୍ପରେ ରକ୍ତଚାପ, ରକ୍ତ ସର୍କରା, ଇସିଜି, ଦାନ୍ତ, ଆଖି ପରୀକ୍ଷା କରାଯିବା ସହ ଡାଏଟ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ମଧୁମେହ ଆଶଙ୍କା ବଢି ବଢି ଚାଲିଥିବା ଆମ୍ରିର ବରିଷ୍ଠ ଡାକ୍ତର ରିତେଶ ଅଗ୍ରଓ୍ବାଲ କହିଛନ୍ତି। ଲୋକମାନେ ଏଥିପ୍ରତି ସଚେତନ ହେବା ସହ ସ୍ବାସ୍ଥ୍ୟକର ଜୀବନଯାପନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ନିୟମିତ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ ସହ ବ୍ୟାୟାମ କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏଭଳି କ୍ୟାମ୍ପ ଆୟୋଜନ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share