Categories: ଜାତୀୟ

ଆମ୍‌ ଆଦମୀ ପାର୍ଟିରେ ଯୋଗଦେଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ବରିଷ୍ଠ ନେତା ଶନିବାର ପଦ୍ମଛାଡି ଝାଡୁ ଧରିଛନ୍ତି। ଅର୍ଥାତ୍‌ ଭାଜପା ନେତା ହରଶରଣ ସିଂ ବାଲି ଏବେ ଭାଜପା ଛାଡି ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଶନିବାର ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଏଏପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାଜପାର ଏହି ବରିଷ୍ଠ ନେତା ଦଳଛାଡି ଏଏପିରେ ଯୋଗ ଦେବା ଏବେ ରାଜନୈତୀକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Share