Categories: ଜାତୀୟ

ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କଲେ ଦଦଲାନି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଯୋରସୋରରେ ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ଭୋଟରଙ୍କୁ ଆକର୍ଷିତ କରିବାକୁ ଆଗେଇ ଆସୁଥିବା ବେଳେ ଏଥିରେ କେତେଜଣ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି) ପାଇଁ ବଲିଉଡ୍‌ର ମ୍ୟୁଜିକ୍‌ କମ୍ପୋଜର ତଥା ଗାୟକ ବିଶାଲ ଦଦଲାନିଙ୍କୁ ରମେଶ ନଗରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ପ୍ରଚାର ମାଧ୍ୟମରେ ଭାଜପା ଓ ଏଏପି ପରସ୍ପର ଉପରେ ଦୋଷ ଲଦି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି। ଗୋଟିଏ ପଟେ ଭାଜପା ଏଏପିକୁ ହରାଇବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଏଏପି ମଧ୍ୟ ଭାଜପାକୁ ମୂଳପୋଛ କରିବାକୁ ଲାଗିପଡିଛି।

Share