Categories: ଜାତୀୟ

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ ସୀମା)ଠାରେ ଆନ୍ଦୋଳନରତ କୃଷକଙ୍କୁ ଭେଟିଥିଲେ। କୃଷକଙ୍କୁ ସମ୍ବୋଧନ କରି ଦିଲଜୀତ କହିଛନ୍ତି, ସମସ୍ତ କୃଷକ ଭାଇଙ୍କୁ ସଲ୍ୟୁଟ। ଆପଣମାନେ ଇତିହାସ ସୃଷ୍ଟି କରିଛନ୍ତି। ଏହାକୁ ଭବିଷ୍ୟତର ପୀଢ଼ି ମନେ ରଖିବେ। କୃଷକଙ୍କ ଉପରୁ କେହି ଧ୍ୟାନ ହଟାଇବାକୁ ଚେଷ୍ଟା କରିବା ଅନୁଚିତ। କେନ୍ଦ୍ର ସରକାରଙ୍କୁ ଆମର ଗୋଟିଏ ଅନୁରୋଧ। କୃଷକଙ୍କ ଦାବି ପୂରଣ କର। ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଏଠାରେ ଆନ୍ଦୋଳନ କରୁଛନ୍ତି। ପୂରା ଦେଶ କୃଷକଙ୍କ ସହ ଛିଡ଼ା ହୋଇଛି। ସୋସିଆଲ ମିଡିଆରେ କୃଷକଙ୍କ ଆନ୍ଦୋଳନ ନେଇ କିଛି ମିଥ୍ୟା ଖବର ପ୍ରଚାର କରାଯାଉଛି। ଏଠାରେ କେହି ହିଂସା ଘଟାଉ ନାହାନ୍ତି। ସୂଚନାଥାଉ କି, ଦିଲଜୀତ କ୍ରମାଗତ ଭାବେ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କହୁଛନ୍ତି।

Share