ଆମ ସିନେମାର ଥକା କଥା….

ଓଡ଼ିଶାରେ ମନୋରମ ପ୍ରାକୃତିକ ସମ୍ପଦର ଫାଇଦା ଉଠାଇବା ଦିଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତା’ର ଓ୍ବେବ୍‌ସାଇଟ୍‌ରେ କିଛିଟା ଜିଲାର ପ୍ରାକୃତିକ ଦୃଶ୍ୟରେ ଫଟୋଚିତ୍ର ସାଧାରଣରେ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରେରଣ କରାଯାଇଛି। ଏପରି ସ୍ଥାନରେ ବଲିଉଡ଼ର ଚଳଚ୍ଚିତ୍ର ଶୁଟିଂ ହୋଇପାରିବ। ଓଡ଼ିଶାରେ ଅନେକ ସ୍ଥାନ ପ୍ରଭୃତି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପହାର ଦେଇଥିବାବେଳେ ମଧ୍ୟ ପର୍ଯ୍ୟଟକମାନଙ୍କ ଉଦ୍ଦେଶ୍ୟରେ ଆମେ କୌଣସି ସୁବିଧା କରୁନାହୁଁ। ପ୍ରକୃତପକ୍ଷେ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଶୁଟିଂ ପରିବେଶ ଥିଲେ ମଧ୍ୟ କାହାର ପ୍ରାରମ୍ଭିକ ଭିତ୍ତିଭୂମି ନାହିଁ। ଓଡ଼ିଶାରେ ଚଳଚ୍ଚିତ୍ର ଉନ୍ନୟନ ନିଗମ ଯଦି ପରିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି ତେବେ ପର୍ଯ୍ୟଟନ ବିଭାଗ ସହ ପରିମାପରେ ପ୍ରଥମେ ଭିତ୍ତିଭୂମିର ପ୍ରକଳ୍ପକୁ ତ୍ୱରାନ୍ବିତ ଦିଗରେ ଗୁରୁତ୍ୱ ଦେବା କଥା। ଓଡ଼ିଆ ସିନେମା ପରିଣତ ବୟସରେ ପରିପକ୍ୱତା ପରିବର୍ତ୍ତେ ଯେପରି ଆର୍ଥିକ ଦିଗରେ ବ୍ୟାପକ କ୍ଷତି ଘଟୁଛି, ସେହିପରି ପର୍ଯ୍ୟଟନର ଦ୍ୱାହି ଦେଇ‘ଅଚଳ’ ଚଳଚ୍ଚିତ୍ର ଉନ୍ନୟନ ନୀତି ‘ସଚଳ’ ହେବା ପାଇଁ ଅଣ୍ଟା ଭିଡୁଛି, ଏଥିରେ କେତେ ଉଦ୍ୟମ ଅଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଓଡ଼ିଆ ସିନେମାର ବ୍ୟବସାୟିକ ସ୍ଥିତି ଦୁର୍ବଳ ହେବା ସହ ପ୍ରେକ୍ଷାଳୟ ସଂଖ୍ୟା କମି କମି ୭୦/୮୦ଟା ମଧ୍ୟରେ ସୀମିତ ହେଲାଣି। ଓଡ଼ିଆ ସିନେମାର ଅଚଳ ଅବସ୍ଥାକୁ ସୁଧାରିବା ପାଇଁ ଚଳଚ୍ଚିତ୍ର ଉନ୍ନୟନ ନିଗମ ଗୁରୁତର ସହ ବିଚାର କରିବା ଆବଶ୍ୟକ। ସେହିପରି ଶିଳ୍ପ ବିଭାଗ ଅଧୀନରେ ଥିବା ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ସଚଳ କରିବାକୁ ଆର୍ଥିକ ଅସୁବିଧା ପ୍ରଥମେ ଦୂର ହେବା ସହ ଗଠନମୂଳକ ଓ ଯୋଜନାବଦ୍ଧ କାର୍ଯ୍ୟ ଦିଗରେ ଅଗ୍ରସର ହେବା ଜରୁରୀ। ନ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଓଡ଼ିଆ ସିନେମା ଜରାନିବାସରେ ଆଶ୍ରୟ ନେବା ସାର ହେବ। ବେଳୁ ସାବଧାନ, ସମୟ ଅପଚୟ ନ କରି ପରସ୍ପର ଦୋଷାରୋପ କରିବା ଅପେକ୍ଷା ସକ୍ରିୟ ଭାବେ କାର୍ଯ୍ୟ ଅପରିହାର୍ଯ୍ୟ। ଓଡ଼ିଆ ସିନେମା ସଚଳ ହେବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଶିଳ୍ପ ବିଭାଗ ଏହାକୁ ଗୁରୁତ୍ୱ ନ ଦେବା ଫଳରେ ଏହା କେବଳ ଲୋକମୁଖର ଗମନାଗମନ ନିଗମ ପାଲଟି ଯାଇଛି। ଆମ ସିନେମା ଥକା ଆଉ କେତେ ଗପିବା !

Share