ନିରାକାରପୁର,୧।୧୦(ମାନସ ଚସ ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଚିଲିକା ତହସିଲ ସୋରଣ ରାଜସ୍ବ ସର୍କଲ ଆରଆଇ କୈଳାସ ବେହେରା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ତାଙ୍କୁ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲେ। ତେବେ ଭୂମୀହିନଙ୍କୁ ଜାଗା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଆର୍ଆଇଙ୍କୁ କାବୁ କରିନେଇ ଅଫିସରେ ଛାନ୍ଭିନ୍ ଚଳାଇଛନ୍ତି।
ନିକଟରେ ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଥିଲେ। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ତହସିଲଦାର ନାୟକ ଲାଞ୍ଚ ନେଉଥିବା ଜାଣି ଭିଜିଲାନ୍ସ ଟିମ୍ ତାଙ୍କ ପିଛା କରିଥିଲା। ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ାଠାରେ ଟିମ୍ ତାଙ୍କୁ ଅଟକାଇଥିଲା। ଭିଜିଲାନ୍ସକୁ ଦେଖି ଟଙ୍କା ବ୍ୟାଗ୍ ଫିଙ୍ଗି ଦ୍ରୁତ ଗତିରେ ଗାଡ଼ି ଚଳାଇ ପଳାଇଥିଲେ। ତହସିଲଦାରଙ୍କ ଦ୍ରୁତ ଗାଡ଼ିଚାଳନା ପାଇଁ ଭିଜିଲାନ୍ସ ଟିମ୍ ଆହତ ମଧ୍ୟ ହୋଇଥିଲେ। ମାତ୍ର ତହସିଲଦାରଙ୍କୁ ରାୟଗଡ଼ାରେ ଠାବ କରି ଅଟକାଇଥିଲେ ଟିମ୍। ପରବର୍ତ୍ତୀ ସମୟରେ ତହସିଲଦାରଙ୍କ ଅଫିସ ଓ କ୍ବାର୍ଟର୍ସ ରେଡ୍ କରିଥିଲେ।