Categories: ଜାତୀୟ

ଆରଏସ୍‌ଏସ୍‌ର ବରିଷ୍ଠ ପ୍ରଚାରକ ପି. ପରମେଶ୍ୱରନ୍‌ଙ୍କ ପରଲୋକ

କୋଚି,୯।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଆରଏସ୍‌)ର ବରିଷ୍ଠ ପ୍ରଚାରକ ପି ପରମେଶ୍ୱରନଙ୍କର ରବିବାର ପରଲୋକ ହୋଇଛି। କେରଳର ପାଲାକ୍କାଡ ଜିଲାର ଓଟ୍ଟାପ୍ପାଲମାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ପରମେଶ୍ୱରନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ନେତାଙ୍କ ସହ କାମ କରିଥିଲେ। ୨୦୦୪ ମସିହାରେ ସେ ପଦ୍ମଶ୍ରୀ ଏବଂ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ।

Share