Categories: ଜାତୀୟ

ଆରଏସ୍‌ଏସ୍‌ର ହସ୍ତକ୍ଷେପ ଲୋଡିଲା ଶିବସେନା

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କକଷା ଚାଲିଛି। ଦୁଇ ଦଳ ମଧ୍ୟରେ ୫୦-୫୦ଫର୍ମୂଲାକୁ ନେଇ ଟଣାଉଟରା ଲାଗି ରହିଥିବା ବେଳେ ଶିବସେନା ଜିଦ୍‌ରେ ଅଡ଼ି ବସିଛି। ଯାହାକୁ ଶେଷ କରିବା ପାଇଁ ଶିବସେନା ଆରଏସ୍‌ଏସ୍‌ର ମୁଖ୍ୟଙ୍କୁ ମଙ୍ଗଳବାର ଚିଠି ଲେଖିଥିବା ଜଣାପଡ଼ିଛି। ଶିବସେନା ନେତା କିଶୋର ତିଓ୍ବାରୀ ମହାରାଷ୍ଟ୍ର ରାଜନୀତିକ୍‌ୁ ନେଇ ମୋହନ ଭାଗବତଙ୍କୁ ଚିଠି ଲେଖିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଏନେଇ ସେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ଆଲୋଚନା କରିବେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି। ଏଥିସହ ଭାଜପା ‘ମେଣ୍ଟ ଧର୍ମ’କୁ ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟରେ ଅରାଜି ହୋଇ ଏବେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ଚାହୁଁଛି। କାରଣ ସେ ମୁଖ୍ୟମନ୍ତ୍ରୀ ପଦକୁ ହରାଇବାକୁ ଚାହୁଁନାହିଁ। ଫଳରେ ମହାରାଷ୍ଟ୍ରରେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି।

Share