ଆରକେସିଏଟି ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ

ବାଲେଶ୍ୱର ଅଫିସ, ୨୦।୪: ଲକ୍‌ଡାଉନ୍‌ ପାଇଁ ଗରିବ ଦିନମଜୁରିଆ ପ୍ରଭାବିତ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ସହାୟତାର ହାତ ବଢ଼ାଇଛି ନୀଳଗିିରିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆରକେସିଏଟି। ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସୁଶୀଲ କୁମାର ସିଂ ନୀଳଗିରି ଅଞ୍ଚଳର ୩୦ଜଣ ଗରିବ ପରିବାରକୁ ଆଳୁ, ପିଆଜ, ଡାଲି, ଚାଉଳ, ତେଲ, ହଳଦୀ ଆଦି ପ୍ରଦାନ କରିଛନ୍ତି। ଏହି ବଣ୍ଟନରେ ତାଙ୍କ ସହଧର୍ମିଣୀ ଉପାଲୀ ଉପମିତା ପ୍ରଧାନ, ଦୁଇ ଝିଅ ଏସ୍‌. ଉପତନୟା ଓ ଏସ୍‌. ଉପତନୁଜା ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ସେ ଛତ୍ରପୁର, ମୟୁରଭଞ୍ଜ ଜିଲାର ଶରତ, ଜୟପୁର, କୁଆମରା ପ୍ରମୁଖ ଅଞ୍ଚଳର ୩ଶହ ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରିଛନ୍ତି।