Categories: ଜାତୀୟ

ଆରଜେଡି ଛାଡିବେ ଲାଲୁଙ୍କ ସମୁଦି

ପାଟନା,୧୪।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଦଳ ଛାଡିବେ ବୋଲି ଜଣାପଡିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ଆରଜେଡି ଛାଡି ସେ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ଯୋଗ ଦେବେ ବୋଲି କୁହାଯାଉଛି। ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ ନୀତିଶଙ୍କ କାର୍ଯ୍ୟଶୈଳୀ ତାଙ୍କୁ ପ୍ରଭାବିତ କରିଥିବା କଥା ଚନ୍ଦ୍ରିକା କହିଛନ୍ତି। ସୂଚନାଯୋଗ୍ୟ, ଚନ୍ଦ୍ରିକାଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲୁଙ୍କ ବଡ ପୁଅ ତେଜପ୍ରତାପଙ୍କୁ ବିବାହ କରିଥିଲେ। କିନ୍ତୁ ଅଳ୍ପ ଦିନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା। ଏବେ କୋର୍ଟରେ ଛାଡପତ୍ର ମାମଲା ଚାଲିଛି। ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟ ଦୂରତା ବଢିଯାଇଥିବାରୁ ଚନ୍ଦ୍ରିକା ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି।

Share