ଆରଟିଓଙ୍କ ଚଢାଉ: ୨ବସ୍‌, ୨ଟ୍ରକ ଜବତ

ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଉପରେ ତନଖି କରାଯାଉଥିଲା। ଏହି ସମୟରେ ଓଡିଶାରୁ କଲିକତା ଅଭିମୁଖେ ଯାଉଥିବା ଦୁଇଟି ବସକୁ ସେ ଜବତ କରିଛନ୍ତି। ସେମାନଙ୍କର ଆନ୍ତଃ ରାଜ୍ୟ ପରିମିଟ ନ ଥିଲାବେଳେ ଦୀର୍ଘଦିନ ହେବ କଲିକତା ଯାତାୟାତ କରୁଥିଲେ। ଜବତ ବସ୍‌ ୨ଟି ହେଲା ଲୋକନାଥ (ଓଆର୧୭ କେ ୯୮୫୫) ଓ ଦାଶ ବସ (ଡବ୍ଳୁ ବି ୭୬ଏ ୪୩୨୪)। ସେହିଭଳି ଓଭରଲୋଡ କରି ଯାଉଥିବା ଓଡି୦୧ଏକ୍ସ୩୨୫୧ ଓ ଓଡି୦୧ଏଏ୨୯୧୭ ନାମକ ଦୁଇଟି ଟ୍ରକକୁ ଆରଟିଓ ଜବତ କରିଛନ୍ତି। ଜବତ ଟ୍ରକ୍‌ ଓ ବସ୍‌କୁ ମଙ୍ଗଳବାର ରାତ୍ରିରୁ ଆଣି ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିଲାବେଳେ ୨ଲକ୍ଷ ୭୬ହଜାର ଟଙ୍କାର ଜରିମାନା ହୋଇପାରେ ବୋଲି ଆରଟିଓ ସେଠୀ ସୂଚନା ଦେଇଛନ୍ତି।

Share