ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି ପୋଲିସ ବିଭିନ୍ନ ଛକଜାଗା ଓ ଗାଁକୁ ଯାଇ ସଟ୍‌ଡାଉନ୍‌ ନିୟମକୁ ଲୋକମାନେ କେତେ ମାନୁଛନ୍ତି ତାହା ଉପରେ କଡ଼ା ନଜର ରଖିଛି। ଚାନ୍ଦବାଲି ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ସକାଳୁ ଏହି ଅଞ୍ଚଳରେ ପହଞ୍ଚି ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଲୋକମାନେ ନିୟମକୁ ମାନି ସଚେତନତା ଅବଲମ୍ବନ କରି ଘରୁ ବାହାରୁ ନ ଥିବା ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି।