ଆରଡିରେ ୪୦ ହଜାର କାଉଡ଼ିଆଙ୍କ ଜଳଲାଗି

ଆରଡି,୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ିରେ ଶ୍ରାବଣ ମାସ ୩ୟ ସୋମବାରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ଜିଲା ତଥା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡିଆମାନେ ଜଣଙ୍କ ପରେ ଜଣେ ବ୍ୟାରିକେଟରେ ଆସି ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିଥିଲେ। ରବିବାର ସନ୍ଧ୍ୟା ୭ଟାରୁ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୂର୍ବ ୨ ସୋମବାରଠାରୁ ଚଳିତ ସୋମବାରରେ କାଉଡିଆମାନେ ଶୃଙ୍ଖଳାର ସହ ଜଳଲାଗି କରିଥିବା ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ସୂଚନା ଦେଇଛନ୍ତି।