ଡେରାଡୁନ୍, ୨୭।୮: ଭାରତର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ୧୯୭୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ କାଞ୍ଚନ ୨୦୦୪ରେ ଉତ୍ତରଖଣ୍ଡର ଡିଜିପି ଭାବେ ନିଯୁକ୍ତି ପାଇ ଇତିହାସ ରଚିଥିଲେ। ୨୦୦୭ ଅକ୍ଟୋବର ୩୧ରେ କାର୍ଯ୍ୟରୁ ଅବସର ନେଇଥିଲେ। ଅବସର ପରେ ରାଜନୀତିରେ ମଧ୍ୟ ସେ ଯୋଗ ଦେଇଥିଲେ। ୨୦୧୪ ଲୋକ ସଭା ନିର୍ବାଚନରେ ହରିଦ୍ୱାରରୁ ଆମ୍ ଆଦମୀ ପାର୍ଟ ପକ୍ଷରୁ ଏମ୍ପି ଭାବେ ଲଢିଥିଲେ। କିନ୍ତୁ ସେ ନିର୍ବାଚନରେ ପରାସ୍ତ ହୋଇଥିଲେ।