ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହାକୁ ଦୃଷ୍ଟିରେ ରଖି ନେପାଳର କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ତରଫରୁ ଏକ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନେପାଳର ନାମଚେ ବଜାରରୁ ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପ ପର୍ଯ୍ୟନ୍ତ ଲୋକେ ଯୋଗ ଅଭ୍ୟାସ କରିଛନ୍ତି। ସମଦ୍ର ପତନଠାରୁ ୧୭ ହଜାର ୬ଶହ ଫୁଟ ଉପରେ କାଠମାଣ୍ଡୁର ମାଉଣ୍ଡ ଏଭରେଷ୍ଟ ଉପରେ ଲୋକେ ଯୋଗ ଅଭ୍ୟାସ କରିଛନ୍ତି।

Share