ଆରମ୍ଭ ହେଲା ଐତିହାସିକ ପତିରାଜପୁର ମେଳା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକର ଐତିହାସିକ ପତିରାଜପୁର ଦୋଳମେଳନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସୋମବାର ରାତିରେ ଆରମ୍ଭ ହୋଇଛି। ମେଳାର ଚତୁଃପାର୍ଶ୍ୱରୁ ୮୦ରୁ ଊର୍ଦ୍ଧ୍ୱ ଦୋଳ ବିମାନ ବାଜା ରୋଷଣି ଶଙ୍ଖ ହୁଳହୁଳି ଧ୍ବନି ମଧ୍ୟରେ ମଣ୍ଡପ ଭିତରକୁ ପ୍ରବେଶ କରିଥିଲେ। ଚାରରେ ବିରାଜମାନ ହେବା ପରେ ଅଗଣିତ ଶ୍ରଦ୍ଧାଳୁ ଆଶୀର୍ବାଦ କାମନା କରିଥିଲେ। ଗଗନଧୂଳି ଗ୍ରାମର ଦୋଳ ବିମାନ ମେଳା ମଣ୍ଡପକୁ ପ୍ରବେଶ କରୁଥିବା ବେଳେ ଅଧିକ ଭିଡ ଯୋଗୁ ଜଣେ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମେଳା କମିଟି ପକ୍ଷରୁ ଯଥାସମ୍ଭବ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲେ ହେଁ ଖଇରା ପୋଲିସର ନିଷ୍କ୍ରିୟତାକୁ ନେଇ ଦେଖଣାହାରୀମାନେ ପ୍ରଶ୍ନ ଉଠାଇଛନ୍ତି ା ସ୍ଥାନୀୟ ଗୋଳିହା ଚଣ୍ଡିମାତା ହାଇସ୍କୁଲର ଜୁନିୟର ରେଡକ୍ରସ ପକ୍ଷରୁ ଦୁର୍ଯ୍ୟୋଧନ ନାୟକଙ୍କ ନେତୃତ୍ୱରେ ମେଳା ମଣ୍ଡପ ପରିସରରୁ ଆବର୍ଜନା ସଫା କରାଯାଇଥିଲା। ପର୍ଯ୍ୟଟନ, ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କର୍ମୀଙ୍କ ଗହଣରେ ଆସି ଦିଅଁଦର୍ଶନ କରିଥିଲେ ା ଆନୁମାନିକ ୫୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଛି।