Categories: ଜାତୀୟ

ଆରମ୍ଭ ହେଲା କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ ଗୁରୁତ୍ପୁର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସୋମବାର ବସିଥିବା ବୈଠକରେ ଏମଏସଏମଇରେ ମଧ୍ୟମ ଶିଳ୍ପ ପାଇଁ ପୁଞ୍ଜି ବିନିଯୋଗର ପରିମାଣ ୨୦ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଦ୍ବିତୀୟ କ୍ୟାବିନେଟ ବୈଠକରେ ଆଉକିଛି ବଡ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ ମହାରାଷ୍ଟ୍ର ଏବଂ ଗୁଜରାଟରେ ବାତ୍ୟା ନିସର୍ଗକୁ ନେଇ ମଧ୍ୟ କ୍ୟାବିନେଟ୍‌ ଆଲୋଚନା ହୋଇପାରେ।

Share