Categories: ଖେଳ

ଆରମ୍ଭ ହେଲା ଦାଦାଙ୍କ ରାଜୁତି: ବିସିସିିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଲେ

ମୁମ୍ବାଇ,୨୩।୧୦: ଭାରତର ସବୁଠାରୁ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଫଳରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଯାଇଛି। ସେହିପରି ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ନୂଆ ସମ୍ପାଦକ, ଉତ୍ତରାଖଣ୍ଡର ମହିମ ବର୍ମା ବିସିସିଆଇର ନୂଆ ଉପାଧ୍ୟକ୍ଷ ହୋଇଛନ୍ତି। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏବଂ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ହୋଇଥିବାବେଳେ କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ହୋଇଛନ୍ତି।

Share