ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର କବାଟ ବନ୍ଦ ହେବ ବୋଲି ଜଣାପଡ଼ିଛି। ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱରଙ୍କ କବାଟ ବନ୍ଦ ହେବ। ନଭେମ୍ବର ୧୫ରେ ଖଡଗ, ପୁସ୍ତକ ପୂଜା ସହ ବେଦ ସ୍ତୁତି ବନ୍ଦ ହେବ। ସେହିପରି ନଭେମ୍ବର ୧୬ରେ ମହାଲକ୍ଷ୍ମୀ ପୂଜା ଓ ୧୭ରେ ଶୀତ ଅବସର ପାଇଁ ବଦ୍ରିବିଶାଳଙ୍କୁ ଘୃତକମ୍ବଳରେ ଘୋଡିବା ସହ ସନ୍ଧ୍ୟା ୫ଟାରେ ବଦ୍ରିନାଥଙ୍କ କବାଟ ବନ୍ଦ କରାଯିବ। ଏନେଇ ବଦ୍ରିନାଥର ଟ୍ରଷ୍ଟର ଅଧିକାରୀ ଭୁବନଚନ୍ଦ୍ର ଉନିଆଲ ସୂଚନା ଦେଇଛନ୍ତି।