Categories: ଜାତୀୟ

ଆରମ୍ଭ ହେଲା ଭାଜପାର ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’

ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି। ସେ କହିଛନ୍ତି ସାରା ଦେଶରେ ପ୍ରାୟ ୨୩୦୦ ରାଜନୈତିକ ଦଳ ରହିଛନ୍ତି। ସେଥିମଧ୍ୟରୁ ପ୍ରାୟ ୫ଶହ ଦଳ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜୀକରଣ କରିଛନ୍ତି। କେବଳ ଭାଜପା ଏକମାତ୍ର ଦଳ ଯେ ପ୍ରିୟାପ୍ରୀତି ପୋଷଣ ନ କରି ନିଜ ବିଚାରଧାରାରେ ଚାଲିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ସୂଚନାଯୋଗ୍ୟ, ଏପଟେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଭାଜପା ପକ୍ଷରୁ ରବିବାର ସିଏଏକୁ ନେଇ ଜନ ସଚେତନତା ରାଲିର ଆୟୋଜନ ମଧ୍ୟ କରାଯାଇଛି।

Share