ଆରମ୍ଭ ହେଲା ଭୁବନେଶ୍ୱର-ସୁରଟ ବିମାନ ଟିକେଟ ବୁକିଂ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟ ବିମାନ ଯାତ୍ରା ପାଇଁ ଏୟାର ଇଣ୍ଡିଆ ଟିକେଟ ବୁକିଂ ଆରମ୍ଭ କରିଛି। ଜାନୁୟାରୀ ୨୦ରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ସପ୍ତାହକୁ ଦୁଇଥର ଅର୍ଥାତ୍‌ ସୋମବାର ଓ ଗୁରୁବାର ସୁରଟ ଯିବାକୁ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରରୁ ସୁରଟ ଯିବା ସମୟରେ ଯାତ୍ରୀ ଭଡ଼ା ୨୦ ତାରିଖ ପାଇଁ ୪ହଜାର ୫୦୩ଟଙ୍କା ଥିବା ବେଳେ ସୁରଟରୁ ଫେରିବା ସମୟରେ ୪ହଜାର ୨୧୩ ଟଙ୍କା ରହିଛି। ଏହି ବିମାନ ଭୁବନେଶ୍ୱରରୁ ସୋମବାର ସକାଳ ୮ଟା ୪୦ରେ ଉଡ଼ାଣ କରି ସୁରତରେ ୧୦ଟା ୪୦ରେ ପହଞ୍ଚତ୍ବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ସକାଳ ୮ଟା ୩୦ରେ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା ୩୦ରେ ପହଞ୍ଚତ୍ବ। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ବିମାନ ସେବା ପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଛି। ସୋମବାର ଓ ଗୁରୁବାର ଏୟାର ଇଣ୍ଡିଆ ବିମାନ ବେଙ୍ଗାଲୁରୁରୁ ସକାଳ ୬ଟା ୧୦ରେ ଉଡ଼ାଣ କରି ଭୁବନେଶ୍ୱରରେ ସକାଳ ୮.୧୦ରେ ପହଞ୍ଚତ୍ବ। ଶୁକ୍ରବାର ଓ ରବିବାର ଭୁବନେଶ୍ୱରରୁ ପୂର୍ବାହ୍ନ ୧୧ଟା ରେ ବାହାରି ବେଙ୍ଗାଲୁରୁରେ ଅପରାହ୍ନ ୧ଟା ୦୫ରେ ପହଞ୍ଚତ୍ବ। ଭୁବନେଶ୍ୱରରୁ ଯାତ୍ରୀ ଭଡ଼ା ୪ହଜାର ୫୦୩ଟଙ୍କା ହୋଇଥିବା ବେଳେ ୪ହଜାର ୧୯୬ ଟଙ୍କା ରହିଛି।

Share