ଆରମ୍ଭ ହେଲା ରଥଟଣା: ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା; ଗହଳି ଲଗାଇ ଆସିବେ କଳାଠାକୁର

ପୁରୀ ଅଫିସ,୪।୭: ରଥରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ପରେ ଆରମ୍ଭ ହୋଇଛି ରଥ ଟଣା। ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨ଟା ୧୫ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଟାଣି ନେଉଥିବା ବେଳେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ପଛରେ ଆସୁଛନ୍ତି। ବଡ଼ଦାଣ୍ଡ ଭକ୍ତମୟ ତଥା ଏକାକାର ହୋଇଉଠିଛି।

ପ୍ରକାଶ ଥାଉ କି, ପ୍ରଥମେ ଧାଡ଼ି ପହଣ୍ଡି, ମଦନମୋହନ ବିଜେ, ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ, ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଚାରମାଳ ଖୋଲାଯାଇ ଘୋଡ଼ା ସଂଯୋଗ କରାଯାଇଥିଲା। ଏହାପରେ ରଥଟଣା ଆରମ୍ଭ ହୋଇଛି।

Share