ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଶ୍ରୀମନ୍ଦିର ଉତ୍ତର ଦ୍ବାରପଟେ ଥିବା ଲକ୍ଷ୍ମୀବଜାରରେ ଉଚ୍ଛେଦ କରାଯାଉଛି। ଉପଜିଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କୋଠା ଭଙ୍ଗା ଯାଉଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାମ ଚାଲିଥିବା ବେଳେ ଲକ୍ଡାଉନ ଯୋଗୁ କାମ ବନ୍ଦ ରହିଥିଲା। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ