ଆରମ୍ଭ ହେଲା ସିନ୍ଦୁର ଖେଳ

କୋଲକତା,୫।୧୦: ବିଜୟା ଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ। ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି। ଏହି ସିନ୍ଦୁର ଖେଳ ଖେଳିଲେ ଅଖଣ୍ଡ ସୌଭାଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାୟ ୪୫୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ପରମ୍ପରା ଆରମ୍ଭ ହୋଇଥିବା ଶୁଣିବାକୁ ମିଳେ। ଆହୁରି ମଧ୍ୟ କୁହାଯାଏ ଦଶହରା ଅବସରରେ ମା’ଦୁର୍ଗା ତାଙ୍କ ମାତାପିତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ସିନ୍ଦୁର ଖେଳ ମାଧ୍ୟମରେ ବିଦାୟ ଦିଆଯାଇଥିଲା। ତେଣୁ ଦଶହରା ଅବସରରେ ସବୁ ସଧବା ନାରୀ ମା’ଙ୍କ ମଥା ଓ ପାଦରେ ସିନ୍ଦୁର ଲଗାଇବା ପରେ ସୌଭାଗ୍ୟ ପ୍ରାପ୍ତି ପାଇଁ ସିନ୍ଦୁର ଖେଳିଥାଆନ୍ତି।

Share