ଆରମ୍ଭ ହେଲା ‘୧୦୪ ହେଲ୍‌ଥ ହେଲ୍ପଲାଇନ୍‌’

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍‌ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ହିତାଧିକାରୀମାନେ ଦେୟମୁକ୍ତ ୧୦୪ ନମ୍ବରକୁ ଫୋନ୍‌ କରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ଓ ତଥ୍ୟ ପାଇପାରିବେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସେବା ପାଇବାକୁ ଦିନରାତି ଯେକୌଣସି ସମୟରେ ଲୋକେ ଯୋଗାଯୋଗ କରିପାରିବେ। ପ୍ରଜନନ ସ୍ବାସ୍ଥ୍ୟ, ମାତୃ ସ୍ବାସ୍ଥ୍ୟ, ଶିଶୁ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ ତଥା ଅନ୍ୟ ସମସ୍ତ ରୋଗ ଓ ତାହାର ନିରାକରଣ ସମ୍ବନ୍ଧୀୟ ତଥ୍ୟ ଏହା ମାଧ୍ୟମରେ ପାଇହେବ।
ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପଯର୍‌ୟନ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଏହି ସେବା ମାଧ୍ୟମରେ ଲୋକେ ପାଇପାରିବେ। ଏହାବ୍ୟତୀତ ୨୪ଘଣ୍ଟା ପାଇଁ ଉପଲବ୍ଧ ହେଉଥିବା ସେବା ମଧ୍ୟରେ ନିକଟତମ ଯେକୌଣସି ସରକାରୀ ଡାକ୍ତରଖାନା, ରକ୍ତଭଣ୍ଡାର, ଔଷଧାଳୟ, ସ୍ବତନ୍ତ୍ର ନିଦାନ ବ୍ୟବସ୍ଥା ଏବଂ ସହାୟ ଡାଏଲିସିସ୍‌ ବ୍ୟବସ୍ଥା ସମ୍ବଳିତ ତଥ୍ୟ ମଧ୍ୟ ମିିଳିପାରିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ସୂଚନା ଏବଂ ଏହା ଅନ୍ତର୍ଭୁକ୍ତ ସମସ୍ତ ପଞ୍ଜୀକୃତ ଡାକ୍ତରଖାନା ଓ ସେଠାରେ ମିଳୁଥିବା ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ଜନସାଧାରଣ ଏଠାରୁ ପାଇପାରିବେ। ମାନସିକ ସ୍ବାସ୍ଥ୍ୟ, କିଶୋରୀ ସ୍ବାସ୍ଥ୍ୟ, ଆତ୍ମହତ୍ୟା ନିବାରଣ, ପରିବାର ନିୟୋଜନ, ଏଚ୍‌ଆଇଭି ଏଡ୍‌ସ, ଖାଦ୍ୟ ଏବଂ ପୋଷଣ, ଆଶୁ ଚିକିସତ୍ା, ଶିଶୁ ଓ ମାତୃ ସ୍ବାସ୍ଥ୍ୟସେବା ଜନିତ ତଥ୍ୟ ମଧ୍ୟ ମିଳିବ। ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା’ଙ୍କ ପାଇଁ ସ୍ବତନ୍ତ୍ର ଫୋନ୍‌-କଲ୍‌ ବ୍ୟବସ୍ଥା ରହିବ। ଏହି ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରି ଲୋକମାନେ ସିଧାସଳଖ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ବୋଲି ୧୦୪ ସ୍ବାସ୍ଥ୍ୟସେବା ପରିଚାଳନା କରୁଥିବା ଜିକିସତ୍ା ହେଲ୍‌ଥକେୟାର ଲିମିଟେଡ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ଗରିବ ତଥା ଉପାନ୍ତ ଓ ଅପହଞ୍ଚ ଅଞ୍ଚଳବାସୀଙ୍କୁ ଉଚିତ ସ୍ବାସ୍ଥ୍ୟସେବା ସଂପର୍କରେ ଅବଗତ କରାଇବା ପାଇଁ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Share