Advertisement

ଆରିସା ପିଠା

ଆବଶ୍ୟକ ସାମଗ୍ରୀ – ଚାଉଳ ୧ କିଗ୍ରା, ଗୁଡ଼ ୭୫୦ ଗ୍ରାମ୍‌, ଘିଅ କିମ୍ବା ତେଲ ୧ ଲିଟର।
ପ୍ରସ୍ତୁତି- ଚାଉଳକୁ ୪ରୁ ୫ ଘଣ୍ଟା ବତୁରାନ୍ତୁ। ପରେ ଏହାକୁ ଭଲଭାବେ ଧୋଇ ଫ୍ୟାନ୍‌ ତଳେ ଶୁଖାନ୍ତୁ। ଚାଉଳରୁ ପାଣି ଶୁଖିଯିବା ପରେ ଏହାକୁ ଭଲଭାବେ ପେଷି ଗୁଣ୍ଡ କରିଦିଅନ୍ତୁ। ଏବେ ଗୁଡ଼କୁ ଏକ କଢ଼େଇରେ ଗରମ କରି ପାଗ ପ୍ରସ୍ତୁତ କରନ୍ତୁ। ଏଥିରେ ଚାଉଳ ଗୁଣ୍ଡ ମିଶାଇ ଗ୍ୟାସ୍‌ ଅଫ୍‌ କରି ଥଣ୍ଡାହେବାକୁ ଦିଅନ୍ତୁ। ଏହି ମିଶ୍ରଣକୁ ହାତରେ ଅଳ୍ପ ଘିଅ ଲଗାଇ ଭଲଭାବେ ଚକଟି ସଫ୍ଟ କରନ୍ତୁ। ଏଥିରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏକ କଦଳୀ ପତ୍ରରେ ଏହି ଗୁଳାକୁ ଚାପି ଛୋଟ ଛୋଟ ପିଠା ଆକାର ଦିଅନ୍ତୁ। ଏବେ କଢ଼େଇରେ ତେଲ ଗରମ କରି ମଧ୍ୟମ ଆଞ୍ଚରେ ଏହାକୁ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆରିସା ପିଠା। ଥଣ୍ଡା ହେବାପରେ ଏହାକୁ ଏକ ଜାର୍‌ରେ ମାସ ମାସ ଧରି ରଖିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share