Categories: ଜାତୀୟ

ଆରେ ଗଛକଟା ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଆରେ ଜଙ୍ଗଲରେ ଗଛକଟା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗଛକଟା ବନ୍ଦ କରି ସ୍ଥିତାବସ୍ଥା ଜାରି ରଖିବା ଲାଗି ସର୍ବୋଚ୍ଚ ଅଦାଲତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନକୁ କହିଛନ୍ତି। ଏଥିସହିତ ଗଛକଟାକୁ ବିରୋଧ କରି ଗିରଫ ହୋଇଥିବା ଲୋକଙ୍କୁ ତୁରନ୍ତ ମୁକ୍ତ କରିଦେବାକୁ ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୮ରେ ହେବ। ସୂଚନାଯୋଗ୍ୟ ମେଟ୍ରୋ କାର୍‌ ଶେଡ୍‌ ନିର୍ମାଣ ଲାଗି ଆରେ ଲୋନିରେ ବ୍ୟାପକ ଗଛକଟା ଚାଲିଥିଲାବେଳେ ଏହାକୁ ବିରୋଧରେ କରି ଆଇନ ଛାତ୍ର ରିଷଭ ରଞ୍ଜନ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ପତ୍ର ଲେଖିବା ପରେ ଏହାକୁ ଜନସ୍ବାର୍ଥ ମାମଲା ଭାବେ ପଞ୍ଜୀକୃତ କରିବା ଲାଗି ରବିବାର ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇଥିଲେ। ଏଥିସହିତ ମାମଲାର ଜରୁରୀ ଶୁଣାଣି ଲାଗି ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଥିଲା।

Share