ଆରୋଗ୍ୟ ସେତୁ: ଇଚ୍ଛାଧୀନରୁ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଗତ ଏପ୍ରିଲ୍‌ ୨ତାରିଖରେ କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର(ଏନ୍‌ଆଇସି) ଏହାକୁ ବିକଶିତ କରିଛି। ଏହାକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏପରି କି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବାର ସପ୍ତାହ ମଧ୍ୟରେ ୭.୫କୋଟି ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ସହିତ ନିଜର ବ୍ୟକ୍ତିଗତ ତଥ୍ୟ ଏଥିରେ ପ୍ରଦାନ କରିଥିଲେ। ଏହି ଆପ୍‌ ଇନ୍‌ଷ୍ଟଲ କରିବା ପ୍ରଥମେ ଇଚ୍ଛାଧୀନ ଥିଲା। ହେଲେ ଗତ ୧ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରି କରି କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ବାଧ୍ୟତାମୂଳକ କରିଥିଲେ। ଏପରି କି ଏହି ଆପ୍‌କୁ ସରକାରୀ ଓ ଘରୋଇ ଉଦ୍ୟୋଗରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଡ୍‌ ଜୋନ ଅଧୀନରେ ଆସୁଥିବା କିଛି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଉଛି। ଏବେ ଦେଶର ୭୩୩ ଜିଲା ମଧ୍ୟରୁ ୪୧୪ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୩୦ ଜିଲାକୁ ରେଡ ଜୋନ୍‌ ଏବଂ ୨୮୪ ଜିଲାକୁ ଅରେଞ୍ଜ ଜୋନ ଭାବେ ଚିହ୍ନଟ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆରୋଗ୍ୟ ସେତୁର ଇନ୍‌ଷ୍ଟାଲେଶନ ୧୦୦ପ୍ରତିଶତ ହେବା ଆବଶ୍ୟକ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସ କରୁଥିବା ଲୋକଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ କହି ସରକାର ଗ୍ରୀନ୍‌ ଜୋନରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏହି ଆପ୍‌ ଇନ୍‌ଷ୍ଟଲ କରିବାକୁ ଏକ ପ୍ରକାର ସଙ୍କେତ ମଧ୍ୟ ଦେଇଛନ୍ତି। କାରଣ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏହା ସମସ୍ତ ଅଞ୍ଚଳ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ଏହି ଆପ୍‌କୁ ଇନ୍‌ଷ୍ଟଲ କରିବା ବାଧ୍ୟତାମୂଳକ। ଯେଉଁମାନେ ନ କରିବେ ସେମାନଙ୍କ ବିରୋଧରେ ଆଇପିସିର ଦଫା ୧୮୮(ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ୍‌ର ଦଫା ୫୧(ବିପର୍ଯ୍ୟୟ ସମ୍ପର୍କିତ କୌଣସି ନିର୍ଦ୍ଦେଶର ଉଲ୍ଲଂଘନ)ରେ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆରୋଗ୍ୟ ସେତୁ ଆପ୍‌ କ’ଣ
ଆରୋଗ୍ୟ ସେତୁ ଏକ ମୋବାଇଲ୍‌ ଆପ୍‌। ଏହା ବ୍ୟବହାରକାରୀଙ୍କୁ କରୋନା ସଂକ୍ରମଣ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ। ଯଦି କାୈଣସି କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଏହି ଆପ୍‌ ବ୍ୟବହାରକାରୀଙ୍କ ନିକଟତର ହୁଅନ୍ତି ତେବେ ଏହା ତତ୍‌କ୍ଷଣାତ୍‌ ସୂଚନା ଦେଇଥାଏ। ଏହା ମୋବାଇଲ ଫୋନର ବ୍ଲୁ ଟୁଥ ଏବଂ ଜିପିଏସ୍‌(ଗ୍ଲୋବାଲ୍‌ ପୋଜିଶନିଂ ସିଷ୍ଟମ୍‌)ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଏହି ଆପ୍‌ର ଗୋପନୀୟତା ନୀତି ଅନୁସାରେ ଏହା ବ୍ୟବହାରୀଙ୍କୁ ସବୁଜ ଏବଂ ହଳଦିଆ ରଙ୍ଗର କୋଡିଂ ମିଳିଥାଏ। ଯେଉଁ ବ୍ୟବହାରକାରୀମାନେ ହଳଦିଆ ବର୍ଗରେ ଆସିବେ ସେମାନଙ୍କ ତଥ୍ୟ ସର୍ଭରରେ ଅପ୍‌ଲୋଡ ହେବ ଏବଂ ସବୁଜ ରଙ୍ଗର ବର୍ଗରେ ଆସୁଥିବା ବ୍ୟବହାରକାରୀଙ୍କୁ କମ୍‌ ବିପଦ ଗ୍ରୁପ୍‌ରେ ରଖାଯିବ। ଆପ୍‌ ପଞ୍ଜୀକରଣ ସମୟରେ ଏହା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଲିଙ୍ଗ, ବୟସ, ଫୋନ ନମ୍ବର, ବର୍ତ୍ତମାନର ଠିକଣା ଏବଂ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରି ସରକାରୀ ସର୍ଭରରେ ଲୋଡ କରିଥାଏ। ଯେତେବେଳେ ଏହି ଆପ୍‌ ବ୍ୟବହାର କରୁଥିବା କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତାଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କୁ ସଙ୍ଗେସଙ୍ଗେ ସୂଚନା ମିଳିଯିବ ଏବଂ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ଖେଳ! ଏକାଠି ହେବେ ଅଲଗା ହୋଇଥିବା ଦୁଇ ବନ୍ଧୁ? ଉଦ୍ଧବ-ଫଡ଼ନଭିସଙ୍କ ସ୍ବର…

ମୁମ୍ବାଇ,୧୧।୧: ନୂଆ ବର୍ଷରେ ମହାରାଷ୍ଟ୍ରର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦୃଶ୍ୟମାନ ହେଉଛି। ଲୋକାଲ ବଡି ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି।...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ...

ଚିତା ନିଆଁରେ ଜଳିଗଲା ୩୬ ହଜାର କୋଟିର ଡ୍ରଗ୍ସ

ନିକୋବର,୧୧।୧: ଆଣ୍ଡାମାନ-ନିକୋବର ପୋଲିସ ଭାରତରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଜବତ ହୋଇଥିବା ୩୬,୦୦୦ କୋଟି ଟଙ୍କାର ଡ୍ରଗ୍ସକୁ ନଷ୍ଟ କରିବା ଆରମ୍ଭ କରିଛି। ଏହି ଅପରେସନ...

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବକ; ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

ଧରାପଡିଲା ବାଂଲାଦେଶର ବଡ ଚାଲ୍‌, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…

ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା...

ଖଣିରେ ଫସିଥିବା ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ୫ଜଣ

ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ...

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଅଠାଓ୍ବଲେ

ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମେଗା ଇଭେଣ୍ଟ...

ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍‌ ମାଓବାଦୀ

ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍‌ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image