Categories: ଖେଳ

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ ଅଭିଯୋଗ ହୋଇଥିଲା। ଏଥିନେଇ ସୋମବାର ଘରୋଇ କ୍ରିକେଟ ବୋର୍ଡ ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କରିଛି। ମାଉଣ୍ଟ ମାଉନଗାନୁଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ଅନ୍ତିମ ଦିନ ମ୍ୟାଚ୍‌ ଶେଷ ହେବା ପରେ ଆର୍ଚର ପ୍ୟାଭିଲିୟନ ଫେରୁଥିବାବେଳେ ଏହି ଘଟଣା ଘଟିଥିବା କୁହାଯାଇଛି। ଚଳିତ ସପ୍ତାହରେ ଭଲ ଦର୍ଶକ ହୋଇଥିଲେ। ମାତ୍ର ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ କମେଣ୍ଟ କରି ମୋର ଅପମାନ କରିଥିଲେ ବୋଲି ୨୪ ବର୍ଷୀୟ ପେସର ଟୁଇଟ୍‌ କରିଥିଲେ। ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡସି) ଉକ୍ତ ଘଟଣା ପାଇଁ ଆର୍ଚରଙ୍କୁ କ୍ଷମା ମାଗିଛି। ଏଭଳି ଅସମ୍ମାନକୁ କଦାପି ଗ୍ରହଣ କରାଯିବ ନାହିଁ। ଉକ୍ତ ଦର୍ଶକଙ୍କୁ ଠାବ କରାଯିବ ବୋଲି କୁହାଯାଇଛି।

Share