ଆର୍ଥତ୍କ ଜନଗଣନା ନେଇ ଦିନିକିଆ କର୍ମଶାଳା

ନୂଆପଡା ଅଫିସ,୨୭ା୮
ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ୭ମ ଆର୍ଥତ୍କ ଜନଗଣନା ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲ ସଭାପତିତ୍ୱ କରିଥିବାବେଳେ ଜିଲା ଯୋଜନା ଅଧିକାରୀ ସୋମନାଥ କାଣ୍ଡେମ, ଗୋବିନ୍ଦ ଚନ୍ଦ୍ର ରଥ, ସୁଶୀଲ କୁମାର ପାତ୍ର, ସନତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ କରାଯିବ ସେ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଜିଲାର ବିଭିନ୍ନ କୋଣରୁ ମୋଟ ୧୦୦ଜଣ ଏନୁମେରେଟର ଯୋଗଦେଇଥିଲେ ।

Share