Categories: ବାଣିଜ୍ୟ

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା ଠିକ୍‌ ହୋଇଯିବ। ଅଭିବୃଦ୍ଧି ଫେରିବା ଆଗରୁ ବର୍ତ୍ତମାନ ନିବେଶର ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଏହା ସହ ଗତ ଦୁଇ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ଅନେକ ହାରରେ ହ୍ରାସ ଘଟି ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିବା ପ୍ରସଙ୍ଗକୁ ସେ ମାନିଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାରେ ବିପୁଳ ସମ୍ଭାବନା ରହିଛି। ମାନ୍ଦାବସ୍ଥାକୁ ସାମ୍ନା କରିବାରେ ଭାରତ ସକ୍ଷମ ହେବ ବୋଲି ସେ କହିଛନ୍ତି।

Share