Categories: ଜାତୀୟ

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା ପାଇଁ ଯୋଜନା କରୁଛନ୍ତି। ଏନେଇ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ ଅଭିଯୋଗ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଦରଦାମ୍‌ ବୃଦ୍ଧି ଯୋଗୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ଜାଣିଶୁଣି ଅନ୍ୟ ପ୍ରସଙ୍ଗରେ ଲୋକଙ୍କୁ ବ୍ୟସ୍ତ ରଖିବାର ଉଦ୍ୟମ ମୋଦି ସରକାର କରୁଥିବା ସେ କହିଛନ୍ତି। ଗତ ୪୦ ବର୍ଷ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ସଙ୍କଟ ଜନକ ହୋଇଥିବା ଆଣ୍ଟୋନୀ କହିଛନ୍ତି। ଅଯଥାରେ ଲୋକଙ୍କୁ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ରେ ଭଳି ପ୍ରସଙ୍ଗରେ ବ୍ୟସ୍ତ ରଖିବା ଲାଗି ମୋଦି ସରକାର ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।

Share