Categories: ଜାତୀୟ

ଆର୍ଥିକ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟ: ଅପରାହ୍ନ ୪ଟାରେ ଖବରତାଦା ସମ୍ମିଳନୀରେ ଯୋଗଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ସମୟରେ ଦେଶରେ ବିଗିଡି ଯାଇଥିବା ଅର୍ଥନୀତିକୁ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନର ଆହ୍ବାନ ଦେଇଥିଲେ। ଏଥିପାଇଁ ଘୋଷଣା କରାଯାଇଥିବା ୨୦ଲକ୍ଷ କୋଟି ଆର୍ଥିକ ପ୍ୟାକେଜର ୩ଟି ପର୍ଯ୍ୟାୟର ଘୋଷଣା ଅନ୍ତ୍ରମନ୍ତ୍ରୀ ନିର୍ମଳା ସୀତାରାମଣ କରି ସାରିଛନ୍ତି। ଶନିବାର ଏହାର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରାଯିବ। ଏଥିପାଇଁ ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ସୂଚନାଯୋଗ୍ୟ, ଆର୍ଥିକ ପ୍ୟାକେଜ ଘୋଷଣାର ପ୍ରଥମ ଦିନରେ ଅର୍ଥାତ୍‌ ଗତ ବୁଧବାର ସୀତାରାମନ୍‌ କହିଥିଲେ ଏବେ ସେ କିଛିଦିନ ପାଇଁ ଲଗାତାର ଗଣମାଧ୍ୟମ ସାମ୍ନାକୁ ଆସିବେ ଓ ପ୍ରତିଦିନ ଆର୍ଥିକ ପ୍ୟାକେଜକୁ ନେଇ ସମସ୍ତ ବିବରଣୀ ଦେବେ।

Share