Categories: ଜାତୀୟ

ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟରେ ୪୦ ହଜାର କୋଟି ଟଙ୍କା ବଢିଲା ମନରେଗା ବଜେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜର ଶେଷ ପର୍ଯ୍ୟାୟର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କରିଛନ୍ତି। ଏଥର ପ୍ୟାକେଜରେ ଲ୍ୟାଣ୍ଡ, ଲେବର, ଲ, ଲିକ୍ୟୁଡିଟି ଉପରେ ଗୁରତ୍ୱ ଦିଆଯାଇଥିବା ସେ କହିଛନ୍ତି। ମନରେଗା ପାଇଁ ୪୦ ହଜାର କୋଟି ଅତିରିକ୍ତ ବଜେଟର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହାଦ୍ୱାରା ଗାଁକୁ ଫେରିଥିବା ଶ୍ରମିକମାନଙ୍କୁ ରୋଜଗାର ମିଳିବ। ଏହାସହ ଗ୍ରାମୀଣ ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ ହୋଇପାରିବ। ଏଥର ମୁଖ୍ୟତଃ ୭ଟି ପ୍ରସଙ୍ଗକୁ ବିଶେଷ ଧ୍ୟାନ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେଗୁଡିକ ହେଲା ମନରେଗା, ଉଭୟ ଗ୍ରାମୀଣ ଓ ସହରାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ କୋଭିଡ, କମ୍ପାନୀ ଆଇନର ବୈଧିକରଣ, ବାଣିଜ୍ୟ ସରଳୀକରଣ, ପବ୍ଲିକ ସେକ୍ଟର୍‌ ଏବଂ ଉଦ୍ୟୋଗ ଓ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ସମ୍ପର୍କିତ ସମ୍ବଳ। ଏହା ପୂର୍ବରୁ ଓ୍ବାନ ନେଶନ ଓ୍ବାନ୍‌ କାର୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

Share