Categories: ଜାତୀୟ

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର ବୋଝ ସହୁଥିବା କୃଷକ, ଦିନ ମଜୁରିଆ, ମହିଳା ଓ ବରିଷ୍ଠ ନାଗରିକମାନଙ୍କ ନିକଟରେ ଭାରତ ଋଣୀ। ଏପରି ସମୟରେ ସରକାରଙ୍କ ପ୍ୟାକେଜ୍‌ ଘୋଷଣା ଉଚିତ ଦିଗରେ ପ୍ରଥମ ପଦକ୍ଷେପ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।

Share