Categories: ଜାତୀୟ

ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସରକାର ଚୁପ୍‌ ରହିବା ଦେଶ ପାଇଁ କ୍ଷତିକାରକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏଥର ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶର ଅର୍ଥନୀତି ଏବେ ମାନ୍ଦାବସ୍ଥା ଆଡକୁ ଗତି କରିଛି। ଆଉ ଏହାର ଜବାବ ନ ଦେଇ ସରକାର ଚୁପ୍‌ ରହିବା ମଧ୍ୟ ଦେଶ ପାଇଁ କ୍ଷତିକାରକ ବୋଲି ସେ କହିଛନ୍ତି। କାରଣ ନା ଏହି ଅର୍ଥ ବ୍ୟବସ୍ଥାର ସମାଧାନ କରିବାକୁ ସରକାରଙ୍କ ପାଖରେ କୌଣସି ଉପାୟ ଅଛି ନା ଜନତାଙ୍କୁ ସାମ୍ନା କରିବାକୁ ସରକାରଙ୍କ ପାଖରେ ଶକ୍ତି ଅଛି। ସେଥିପାଇଁ ସରକାର ଚୁପ୍‌ ରହିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ ବିଭିନ୍ନ ସମୟରେ ବିରୋଧୀ ଟାର୍ଗେଟ କରୁଛନ୍ତି। କିଛିଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏନେଇ ମୋଦିଙ୍କୁ ସମାଲୋଚନା କରିଥିଲେ।

Share