Categories: ଜାତୀୟ

ଆର୍ଥିକ ସଙ୍କଟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ,୨୧।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିନିବେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ବିନିବେଶ କୌଣସି ସମାଧାନ ନୁହେଁ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେବା ଛଳରେ କହିଛନ୍ତି ଏଥିପାଇଁ ମୋଦି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍‌। ଆଉ ଯଦି ଆବଶ୍ୟକ ପଡେ ତେବେ ସବୁ ରାଜନୈତୀକ ଦଳ ସହ ଏକ ବୈଠକ ଆୟୋଜନ କରିବା ଭଲ। କାରଣ ଏଦେଶ ହେଉଛି ଆମ ସମସ୍ତଙ୍କର ଆଉ ଏବେ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ଏହାର ଏକ ସ୍ଥାୟୀ ସମାଧାନ ହେବା ଜରୁରୀ।

Share