କିଙ୍ଗଷ୍ଟନ୍, ୧୭ା୫ (ପି.ଟି.)-କୋଭିଡ୍-୧୯ ମହାମାରୀ ଯୋଗୁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ ବୋଲି ଏହାର ମୁଖ୍ୟ ରିକି ସ୍କେରିଟ୍ ଆଶଙ୍କା ପ୍ରକାଶ କରିଛନ୍ତି। କରୋନା ଭାଇରସ୍ରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୪୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଫଳରେ କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡ଼ା ସ୍ଥାଣୁ ପାଲଟିଯାଇଛି। ଜୁନ୍ରେ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡ ଟୁର୍ରେ ଯାଇଥାନ୍ତା। ମାତ୍ର କୋଭିଡ୍-୧୯ ଯୋଗୁ ଏହା ସ୍ଥଗିତ ରହିଛି। ଜୁନ୍-ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ ଟୁର୍ରେ ଆସି ୫ ଅନ୍ତର୍ଜାତୀୟ ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ପୁନଶ୍ଚ ନ୍ୟୁଜିଲାଣ୍ଡ ମଧ୍ୟ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ଟୁର୍ରେ ଆସି ୩ଟି ଦିନିକିଆ ଏବଂ ୩ଟି ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟି ସିରିଜ ହୋଇପାରିବ କି ନା ତାହା ମଧ୍ୟ ସନ୍ଦେହ। କ୍ରିକେଟ ଓ୍ବେଷ୍ଟଇଣ୍ଡିଜର ପ୍ରାୟ ୧୦୦ ସ୍ବୀକୃତିପ୍ରାପ୍ତ ଖେଳାଳି ରହିଛନ୍ତି।