ଆର୍ଥିକ ସଙ୍କଟ ଓ ଘରୋଇକରଣ ବିରୋଧରେ ବାମପନ୍ଥୀଙ୍କ ମିଳିତ ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା

ବାରିପଦା ଅଫିସ,୧୬ା୧୦- ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାରଙ୍କ ଭୁଲ ଓ ବିପଜ୍ଜନକ ନୀତି ଯୋଗୁ ଦେଶରେ ଚରମ ଅର୍ଥନୈତିକ ସଙ୍କଟ, ମାନ୍ଦାବସ୍ଥା ତଥା ଦରଦାମ ଓ ବେକାରି ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରାଯାଇଛି। ଏହାକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ସଭା ଅନୁଷ୍ଠିତ ହୋଇଯାଇଛି। ସିପିଆଇର ତ୍ରିନାଥ ପାତ୍ର ଓ ସିପିଆଇ(ଏମ)ର ନନୀଗୋପାଳ ବ୍ରହ୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ରାଜ୍ୟ ସହ-ସମ୍ପାଦକ ଡ.ପ୍ରଶାନ୍ତ ମିଶ୍ର, ସିପିଆଇ ଜିଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଆଇ(ଏମ)ର ଜିଲା ସମ୍ପାଦକ ରବି ଗୋସ୍ବାମୀ, ପୂର୍ବତନ ସମ୍ପାଦକ ହୀରାମୋହନ ଦାଶ, ହୃଷୀକେଶ ସାହୁ, ବଳରାମ ମହାନ୍ତ, ସିଆଇଟିୟୁର ସମ୍ପାଦକ ଅମଲ ଦେ, କ୍ଷେତ ମୂଲିଆର ସଭାପତି ହରିଶ ଚନ୍ଦ୍ର ସିଂ, କୃଷକ ସଭା ସମ୍ପାଦକ ମାଧବ ସିଂ, କ୍ଷିତିଶ ସାମଲ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୈତନ୍ୟ ପୂର୍ତ୍ତିି, ରଥ ସିଂ, ଶ୍ୟାମଲେନ୍ଦୁ ସିଂ, କରୁଣାକର ମୁର୍ମୁ, ଗୋପବନ୍ଧୁ ସିଂ, ଫାତୁ ମୁର୍ମୁ, ନଳିନୀ କୁମାର ଦାସ, ଚିତ୍ତରଞ୍ଜନ ବାରିକ, ଶ୍ରୀକାନ୍ତ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।