ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ

ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ ବିଡିଓଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ଲକଡାଉନ ଯୋଗୁ ସେମାନଙ୍କ ପେସା ବନ୍ଦ ହୋଇପଡିଛି। ଅର୍ଥାଭାବରୁ ପରିବାରିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ପରିସ୍ଥିତିରେ ସରକାର ସେମାନଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ସଂଘ ଦାବି କରିଛି। ତହସିଲରେ ମୁଖ୍ୟ କିରାଣୀ ରତିକାନ୍ତ ପୁରୋହିତ ଦାବିପତ୍ର ଗ୍ରହଣ କରି ଜିଲାପାଳଙ୍କ ନିକଟକୁ ପଠାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Share