Categories: ବାଣିଜ୍ୟ

ଆର୍‌ବିଏଫ୍‌ କାରବାରରେ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୭: ଏଲ୍‌ ଆଣ୍ଡ ଟି ଫାଇନାନ୍ସର ରୁରାଲ ବିଜ୍‌ନେସ ଫାଇନାନ୍ସ (ଆର୍‌ବିଏଫ୍‌) ଶାଖା ପକ୍ଷରୁ ଗତ ଆର୍ଥିକ ବର୍ଷର ବ୍ୟବସାୟିକ ପ୍ରଦର୍ଶନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆର୍‌ବିଏଫ୍‌ କାରବାରରେ ଅଭିବୃଦ୍ଧି ହେବା ସହ ଶିଳ୍ପରେ ଘଟିଥିବା ଅଭିବୃଦ୍ଧି ହାରକୁ ମଧ୍ୟ ଟପିଯାଇଛି। ଏପରିକି ଏହାର ଆସେଟ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ)ରେ ଅଭିବୃଦ୍ଧି ୪୧% ଏବଂ ଋଣ ଯୋଗାଣ କ୍ଷେତ୍ରରେ ଅଭିବୃଦ୍ଧି ୭୦% ହୋଇଛି। ଏ ସମ୍ପର୍କରେ ଏଲ୍‌ ଆଣ୍ଡ ଟି ଫାଇନାନ୍ସର ଚିଫ୍‌ ଏକଜିକ୍ୟୁଟିଭ (ରୁରାଲ ବିଜ୍‌ନେସ ଫାଇନାନ୍ସ, କଷ୍ଟମର ସର୍ଭିସେସ୍‌ ଆଣ୍ଡ ଅପରେଶନ୍ସ) ସୋନିଆ କ୍ରିଷ୍ଣନ କୁଟ୍ଟି କହିଛନ୍ତି,୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ରୁରାଲ ବିଜ୍‌ନେସ୍‌ ଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିରନ୍ତର ଅଭିବୃଦ୍ଧି ଏବଂ ଲାଭ ଉପାର୍ଜନ ମୂଳଦୁଆ ଉପରେ ନିର୍ମିତ ଏକ ଶୀର୍ଷ ଶ୍ରେଣୀ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ପ୍ରତିଷ୍ଠିତ ହେବାକୁ ଆମର ‘ଲକ୍ଷ୍ୟ ୨୦୨୬’ ମୁତାବକ ହୋଇଛି, ଯାହାର ସର୍ବାଧୁନିକ ପ୍ରଯୁକ୍ତି ଏବଂ ଇଏସ୍‌ଜି ପ୍ରୟାସ ସମୂହ ଉପରେ ପ୍ରାଧାନ୍ୟ ଜରିଆରେ ଦମ୍‌ଦାର ଆପଦ ପରିଚାଳନା ସାମର୍ଥ୍ୟ ରହିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ରୁରାଲ ବିଜ୍‌ନେସ୍‌ ଫାଇନାନ୍ସ ସମ୍ପ୍ରତି ରହିଥିବା ବ୍ୟବସାୟିକ ପ୍ରକ୍ରିୟାଗୁଡିକୁ ମାର୍ଜିତ କରିବା, ନୂତନ ଉପତ୍ାଦ ପ୍ରଚଳନ ଏବଂ ପରିବର୍ଦ୍ଧିତ ଗ୍ରାହକ ଅନୁଭୂତି ତଥା ନିୟୋଜନତା ଜରିଆରେ ନିଜର ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।

Share