Categories: ଖେଳ

ଆର୍ମିରେ କ୍ରିକେଟର୍‌: ଧୋନୀ, କଟ୍ରେଲଙ୍କ ପରେ ପେରେରା

କଲମ୍ବୋ, ୧।୧- ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା ଜଣେ ‘ମେଜର’ ଭାବେ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇଛନ୍ତି। ୩୦ ବର୍ଷୀୟ ପେରେରା ନିଜ ଟୁଇଟର୍‌ ଆକାଉଣ୍ଟ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଆର୍ମି କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶଭେନ୍ଦ୍ର ସିଲ୍‌ଭାଙ୍କ ନିମନ୍ତ୍ରଣକୁ ସେ ଗ୍ରହଣ କରିନେଇଥିବା ପେରେରା କହିଛନ୍ତି। ଫଳରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶେଲଡନ୍‌ କୋଟ୍ରେଲଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଭାବେ ପେରେରା ନିଜ ଦେଶ ପକ୍ଷରୁ ଆର୍ମିରେ ଯୋଗ ଦେଇଛନ୍ତି।
ସ୍ଥାନ ପାଇଁ ଆର୍ମି କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶଭେନ୍ଦ୍ର ସିଲ୍‌ଭାଙ୍କ ତରଫରୁ ହୋଇଥିବା ନିମନ୍ତ୍ରଣକୁ ମୁଁ ସ୍ବୀକାର କରିନେବା ସହ ଆର୍ମିରେ ଯୋଗଦେଇଛି । ତାଙ୍କ ପରି ଜଣେ ବ୍ୟକ୍ତିତ୍ୱଙ୍କ ନିକଟରୁ ନିମନ୍ତ୍ରଣ ପାଇବା ମୋ କ୍ୟାରିୟରର ସବୁଠୁ ବଡ଼ ସଫଳତା। ଧନ୍ୟବାଦ୍‌ ସାର୍‌। ଆର୍ମି କ୍ରିକେଟ୍‌ ପାଇଁ ମୋର ସର୍ବଶ୍ରେଷ୍ଠ ଦେବାକୁ ତତ୍ପର ରହିଛି’ ଏହି ସିଂହଳୀ କ୍ରିକେଟର୍‌ ତାଙ୍କ ଟୁଇଟର୍‌ ପୃଷ୍ଟାରେ ଉଲ୍ଲେଖ କରିଛନ୍ତି। କଲମ୍ବୋ ଗାଜେଟ୍‌ର ରିପୋର୍ଟ ଅନୁଯାୟୀ, ପେରେରାଙ୍କୁ ଗାଜାବା ରେଜିମେଣ୍ଟରେ ଜଣେ ମେଜର ଭାବେ ଭଲ୍ୟୁଣ୍ଟର ଫୋର୍ସରେ ଭର୍ତ୍ତି କରାଯାଇଛି। ପେରେରାଙ୍କ ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦୀନେଶ ଚାଣ୍ଡିମଲ ମଧ୍ୟ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇସାରିଛନ୍ତି। ଡାହାଣହାତୀ ଦ୍ରୁତ ବୋଲର ପେରେରା ଶ୍ରୀଲଙ୍କା ପକ୍ଷରୁ ୬ ଟେଷ୍ଟ, ୧୬୧

Share