Categories: ଖେଳ

ଆର୍ମି ଟ୍ରେନିଂ ସାରି ଏବେ ଏହି କାମରେ ଧୋନୀ

ନୂଆଦିଲ୍ଲୀ, ୨୨।୮:ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ନେଇ ଭାରତୀୟ ସେନାରେ ଯୋଗଦେଇଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହିସମୟ ମଧ୍ୟରେ ସେ ଟେରିଟୋରିଆଲ ଆର୍ମିରେ ୧୫ଦିନ ରହି ଟ୍ରେନିଂ ନେବା ପରେ ଏବେ ସେ ନିଜ ବ୍ୟବସାୟିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ମୁମ୍ବାଇରେ ସେ ବିଭିନ୍ନ ବ୍ରାଣ୍ଡ୍‌ ପକ୍ଷରୁ କରିଥିବା ଚୁକ୍ତି କାମ ଶେଷ କରୁଛନ୍ତି। ଇତିମଧ୍ୟରେ ସେ ବିଭିନ୍ନ ବ୍ରାଣ୍ଡ ପାଇଁ ବିଜ୍ଞାପନ ଶୁଟିଂରେ ବ୍ୟସ୍ତ ଅଛନ୍ତି ଧୋନୀ। ଏଥିରୁ ସେ କିଛି ସମୟ ବାହାର କରି ପିଲାଦିନର ବନ୍ଧୁଙ୍କୁ ଭେଟୁଛନ୍ତି। କିଛିଦିନ ଶୁଟିଂ ଶେଷ କରି ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।

Share