ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ଘଟଣା: ଆଜିଠୁ ଷ୍ଟେଶନରେ ମୁତୟନ ହେବେ ଫୋର୍ସ, ବିନା ଟିକେଟରେ ଚଢ଼ିପାରିବେନି ଯାତ୍ରୀ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନରେ ବୁଧବାରଠାରୁ ମୁତୟନ ହେବେ ୨ ପ୍ଲାଟୁନ ଫୋର୍ସ। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପକ୍ଷରୁ ଫୋର୍ସ ମୁତୟନ ହେବେ। ସେମାନେ ଟିକେଟ ଥିବା ଯାତ୍ରୀଙ୍କୁ ବଗି ଭିତରକୁ ଛାଡ଼ିବେ। ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ବୁଧବାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରକାଶଯୋଗ୍ୟ, ମଙ୍ଗଳବାର ଆର୍ମି ନିଯୁକ୍ତି ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶ ଏବଂ ବିହାରର ପରୀକ୍ଷାର୍ଥୀମାନେ ଫେରିବା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଜୋର ଜବରଦସ୍ତ ଚଢ଼ିଥିଲେ। ଫଳରେ ଷ୍ଟେଶନରେ ତିବ୍ର ଉତ୍ତେଜନା ଦେଖାଦେଇଥିଲା। ବାରମ୍ବାର ଚେନ୍‌ ପୁଲିଂ କରିବା ଯୋଗୁ ଟ୍ରେନ୍‌ ବିଳମ୍ବରେ ଛାଡ଼ିଥିଲା। ଶେଷରେ ପରୀକ୍ଷାର୍ଥୀଙ୍କୁ ଘଉଡାଇବାକୁ ପୋଲିସ ନାକେଦମ ହୋଇଥିଲା। ଏପରିକି ପୋଲିସ ଲାଠିଚାର୍ଜ କରିଥିଲା।

Share