Categories: ଜାତୀୟ

ଏଣିକି ଅସ୍ତ୍ରଶସ୍ତ୍ର ବିକିବ ଭାରତ: ୨୮୦ କୋଟିର ଚୁକ୍ତି

ନୂଆଦିଲ୍ଲୀ,୨।୩: ଭାରତକୁ ଏକ ବଡ଼ ସଫଳତା ମିଳିଛି। ଭାରତ-ଆର୍ମେନିଆ ମଧ୍ୟରେ ୨୮୦ କୋଟି ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ଚୁକ୍ତି ହୋଇଛି। ଏହା ଅନୁସାରେ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବେ ବାହାର ଦେଶକୁ ପଠାଇବ। ଏହି ଦୌଡ଼ରେ ରୁଷିଆ ଏବଂ ପୋଲାଣ୍ଡକୁ ପଛରେ ପକାଇ ଭାରତ ଚୁକ୍ତି କରିବାକୁ ସକ୍ଷମ ହୋଇଛି। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ଏବଂ ଭାରତ ଇଲୋକ୍ଟ୍ରନିକ୍ସ୍‌ ଲମିଟେଡ୍‌(ବିଇଏଲ୍‌) ଦ୍ୱାରା ନିର୍ମିତ ହୋଇଥିବା ୪ଟି ରାଡ଼ାର ଆର୍ମେନିଆକୁ ପଠାଯିବ। ଏହି ରାଡାର ୫୦ କିମି ସୀମା ମଧ୍ୟରେ ଶତ୍ରୁ ପକ୍ଷରୁ ଅସ୍ତ୍ରଶସ୍ତ୍ର, ମୋର୍ଟାର ଏବଂ ରକେଟ ଆଦିକୁ ଠାବ କରିବାକୁ ସକ୍ଷମ ହେବ। ଏହି ଚୁକ୍ତି ଦ୍ୱାରା ୟୁରୋପିଆନ୍‌ ରାଷ୍ଟ୍ରରେ ଭାରତ ନିଜର ବ୍ୟବସାୟକୁ ସୁଦୃଢ଼ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

Share