Categories: ଗଞ୍ଜାମ

ଆର୍ଯ୍ୟପଲ୍ଲୀର ୫୨୭ ଘର ଭଗ୍ନ ଅବସ୍ଥାରେ, ଆବାସ ଯୋଜନାରେ ସାମିଲ ଦାବି

ଛତ୍ରପୁର,୨୨ା୬(ଡି.ଏନ.ଏ)- ୧୯୯୯ ମସିହା ମହାବାତ୍ୟା ପରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗରୀବ ଓ ଗୃହହୀନମାନଙ୍କ ପାଇଁ ଘର ନିର୍ମାଣ କରି ଦିଆଯାଇଥିଲା ା ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ଏହି ଘର ନିର୍ମାଣ କରାଯାଇଥିଲା ା ତେବେ ୫୨୭ ଗୃହ ଏବେ ଭଗ୍ନ ଅବସ୍ଥାରେ ରହିଥିବା ଜଣାପଡିଛି ା କେତେବେଳେ ଯେ ସେ ସବୁ ଭୁଶୁଡି ପଡିବ ସେ ଆଶଙ୍କାରେ ଅଛନ୍ତି ସେଠାରେ ରହୁଥିବା ପରିବାର ା ତେଣୁ ଉକ୍ତ ଘର ଗୁଡିକୁ ଭାଙ୍ଗି ନୂତନ ପକ୍କା ଘର ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଛି। ଏଥିସହ ଉକ୍ତ ଘରେ ରହୁଥିବା ପରିବାରଗୁଡିକୁ ଓଡିଆରପି କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବାର ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି। ଶନିବାର ଉକ୍ତ ପରିବାରଗୁଡିକ ଛତ୍ରପୁର ଆସି ଏ ସମ୍ପର୍କରେ ଅତିରିକ୍ତ ଜିଲପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭଗ୍ନ ଅବସ୍ଥାରେ ରହିଥିବା ଉକ୍ତ ଘର ଛାତରୁ ପଲସ୍ତରା ଖସିବା ସହ ଲୁହାଛଡ ଦେଖାଯାଉ ଥିବା ସେମାନେ କହିଛନ୍ତି। ବର୍ଷା ଦିନରେ ଛାତରୁ ପାଣି ଗଳୁଥିବା କୁହାଯାଇଛି ା ଛତ୍ରପୁର ଉପଜିଲାପାଳ ଓ ବିଡିଓଙ୍କୁ ମଧ୍ୟ ଏହି ସ୍ମାରକପତ୍ରର ନକଲ ପ୍ରଦାନ କରାଯାଇଛି ା ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌.ଲକ୍ଷ୍ମୀ, ଏମ୍‌.ଗୁମାଲି, ବି.ସିମାଦ୍ରି, ପି.କାଳିଆ, ଜି.କାମରାଜୁ,ଏମ୍‌.ଜଗନ୍ନାଥ,ଏନ୍‌. ସନ୍ନ୍ୟାସୀଙ୍କ ସମେତ ପଞ୍ଚାୟତର ଶତାଧିକ ଲୋକ ସ୍କାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
(ଫଟୋ ଯାଇଥିବ)