Categories: ଖେଳ

ଆର୍ସେନାଲର ସବୁଠୁ ମୂଲ୍ୟବାନ ଖେଳାଳି ହୋଇପାରନ୍ତି ପେପେ

ଲଣ୍ଡନ,୨।୮(ଏଏଫ୍‌ପି)- ପ୍ରିମିୟର ଲିଗ୍‌ ଦଳ ଆର୍ସେନାଲ ଫ୍ରେଞ୍ଚ କ୍ଲବ ଲିଲେର ଫରଓ୍ବାର୍ଡ ନିକୋଲାସ ପେପେଙ୍କ ସହ ଚୁକ୍ତି କରିଛି। ତେବେ ପେପେଙ୍କୁ ବାର୍ଷିକ କେତେ ପାଉଣା ମିଳିବ, ତାହା କ୍ଲବ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ବ୍ରିଟିଶ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ପେପେଙ୍କୁ ୭୨ ନିୟୁତ ପାଉଣ୍ଡ ପ୍ରଦାନ କରାଯିବା ନେଇ ଧାର୍ଯ୍ୟ କରାଯାଇଛି। ରିପୋର୍ଟରେ ସତ୍ୟତା ଥିଲେ ୨୪ ବର୍ଷୀୟ ଖେଳାଳି ଆର୍ସେନାଲ ଦଳର ମୂଲ୍ୟବାନ ଖେଳାଳି ହେବେ। ତାଙ୍କ ପୂର୍ବରୁ ବୋରୁସିଆ ଡର୍ଟମୁଣ୍ଡ ଦଳର ଷ୍ଟ୍ରାଇକର ପିଏରେ ଇମରିକ ଆବାମେୟାଙ୍ଗଙ୍କ ସହ ଗତବର୍ଷ ୫୬ ନିୟୁତ ପାଉଣ୍ଡ ମୂଲ୍ୟର ଚୁକ୍ତି କରାଯାଇଥିଲା। ନିକୋଲାସ ଜଣେ ଦକ୍ଷ ଓ ପ୍ରତିଭାସମ୍ପନ୍ନ ଖେଳାଳି। ଏଣୁ ତାଙ୍କୁ ୟୁରୋପର ବହୁ କ୍ଲବ ଦଳରେ ସାମିଲ କରିବାକୁ ଚାହାନ୍ତି ବୋଲି ଆର୍ସେନାଲ ମ୍ୟାନେଜର ଉନାଇ ଏମ୍‌ରି କହିଛନ୍ତି।

Share