Categories: ଖେଳ

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦୁଇ ଖେଳାଳିଙ୍କଠାରୁ ବିଳାଶପୂର୍ଣ୍ଣ ଘଣ୍ଟା ନେଇ ଯାଇଥିଲେ, ଯାହାର ମୂଲ୍ୟ ଭାରତୀୟ ମୂଦ୍ରାରେ ପ୍ରାୟ ୧.୮୩ କୋଟି ଟଙ୍କା ଥିଲା। ହାରୋ କ୍ରାଉନ କୋର୍ଟ ଆଶଲେ ସ୍ମିଥଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ବୋସନିଆନ ଡିଫେଣ୍ଡର କୋଲାସିନାକ ଲୁଟେରା ସ୍ମିଥଙ୍କ ସହ ଫାଇଟ୍‌ କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା। ସେତେବେଳେ ଓଜିଲ କାର ଚଳାଉ ଥିଲେ। ଏହାପରେ ଲୁଟରାମାନେ ତାଙ୍କ ପିଛା କରି ପଥର ଫିଙ୍ଗି ଥିଲେ। ୩୦ ବର୍ଷୀୟ ସ୍ମିଥଙ୍କ ଅପରାଧର ଲମ୍ବା ତାଲିକା ରହିଛି। ଦ୍ୱିତୀୟ ଲୁଟେରା ହେଲା ଜୋର୍ଡନ ନର୍ଥଓଭର। କୋଲାସିନାକଙ୍କ ଘରରୁ ଚୋରି ଉଦ୍ୟମ କରିଥିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ମିଥ ଓ ନର୍ଥଓଭର ସ୍କୃଡ୍ରାଇଭର ଓ ଡାଫଣ ବ୍ୟବହାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ବୋଲି ଜଜ୍‌ ବ୍ରାଉନେ କ୍ୱିସି କହିଛନ୍ତି। ଉଭୟେ ସ୍କୃଡ୍ରାଇଭର ଓ ଡାଫଣ ଧରି ଧମକାଇଥିଲେ। ପୋଲିସ ଦୁଇ ଲୁଟେରାଙ୍କୁ ଠାବ କରିବା ପରେ ଗିରଫ କରିଥିଲା।

Share